ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼,୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ।

ରିପୋର୍ଟ ଅନୁସାରେ, ଛଅ ଜଣ ଅଜଣା ଯୁବକ ସାହୁଙ୍କ ଚାମ୍ବରକୁ ଅନଧିକୃତ ଭାବେ ପ୍ରବେଶ କରି ବିନା କାରଣରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।ଏହି ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ । ଖାରବେଳନଗର ଥାନାରେ ଏତଲା ଆଧାରରେ ଗିରଫ କରାଯାଇଛି ।କଡ଼ା ଆଇନରେ କୋର୍ଟ ଚାଲାଣ କରାଯିବ କହିଛି ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି |ଏପଟେ ବିଏମ୍‌ସି ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୋସିଆଲ୍ ମିଡିଆରେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କହିଛନ୍ତି,କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଏଭଳି ଆକ୍ରମଣକୁ ନିନ୍ଦା କରୁଛି । ଏପରି କାର୍ଯ୍ୟ ଓ ବିଚାରଧାରା ସହ ବିଜେପି ସଂଶ୍ଳିଷ୍ଟ ନୁହେଁ । ଦୁର୍ବୃତ୍ତଙ୍କ ବିରୋଧରେ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ’।

ଅଧିକ ପଢନ୍ତୁ

kc ads