ସାବଧାନ ! ଭାରତରେ ଫାଟିପାରେ ଜ୍ୱାଳାମୁଖୀ

ଇଣ୍ଡୋନେସିଆ ସମେତ ଅନେକ ଦେଶରେ ଜ୍ୱାଳାମୁଖୀ ଫାଟିବାର ଖବର ଶୁଣିଥିବେ। କ’ଣ ଆପଣ ଜାଣଛନ୍ତି କି ଭାରତରେ ମଧ୍ୟ ଏକ ଜ୍ୱାଳାମୁଖୀ ଅଛି, ଯାହା ସକ୍ରିୟ ଅଛି ଓ ଏହାର ଫାଟିବା ବିଷୟରେ ସତର୍କୀକରଣ ଜାରି କରାଯାଇଛି। ଭାରତରେ ଏକ ଜ୍ୱାଳାମୁଖୀ ରହିଛି ଏବଂ ଏହା କୌଣସି ସମୟରେ ଫାଟିପାରେ । ଏହି ଜ୍ୱାଳାମୁଖୀ ଆଣ୍ଡାମାନ ସାଗରର ବ୍ୟାରେନ୍‍ ଦ୍ୱୀପ ଭିତରେ ରହିଛି । ଯାହା ପୋର୍ଟ ବ୍ଲେୟାରରୁ ୧୩୮କିଲୋମିଟର ଦୂରରେ ଅବସ୍ଥିତ । ଯଦି ଏହି ଜ୍ୱାଳାମୁଖୀ ଉଦଗିରଣ ହୁଏ, ତେବେ ସମୁଦ୍ର ଭିତରେ ବଡ ବନ୍ୟା ଆସିବ । ଭୟଙ୍କର ଭୂମିକମ୍ପ ଏବଂ ସୁନାମୀ ମାଡି ଆସିବାର ବିପଦ ମଧ୍ୟ ରହିଛି । ଏହାକୁ ନେଇ ପରିବେଶବିତ୍‍ ମାନେ ଭାରତ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ପାଇଁ ଏକ ଚେତାବନୀ ଜାରି କରିଛନ୍ତି ।କିନ୍ତୁ ଆଣ୍ଡାମାନ ସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ କେବଳ ଏକ ସମ୍ଭାବନା, ଏକ ପୂର୍ବାନୁମାନ ନୁହେଁ। କୌଣସି ବୈଜ୍ଞାନିକ ନିଶ୍ଚିତ ଭାବରେ ଏକ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିପାରିବେ ନାହିଁ।

ଅଧିକ ପଢନ୍ତୁ

Odisha Darpan Digital