ଆଜିଠୁ ଡ୍ରାଇଭର ମହାସଂଘର ଆନ୍ଦୋଳନ

ରାଜ୍ୟରେ ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ବସ୍‌, ଟ୍ରକର ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର । ରାସ୍ତାରେ ଅଟୋରିକ୍ସା, କାର ଚଳାଚଳ ବି ବନ୍ଦ ରହିବ । ସ୍ୱତନ୍ତ୍ର ଆଇନ୍‌ ଦାବିରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ । ତେବେ ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା ଆଦି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରୁଛନ୍ତି ଗାଡି ଚାଳକ ।ତେବେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ସଂଘ କହିଛି । ସରକାର ଦାବି ପୂରା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଅଧିକ ପଢନ୍ତୁ

kc ads