ଆଜି ନିଳାଦ୍ରି ବିଜେ ! ରସଗୋଲା ଦିବସ

ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ । ନବଦିନାତ୍ମକଯାତ୍ରା ସାରି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବେ ।ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ଅବସରରେ ସମଗ୍ର ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି, ଯାହା କେବଳ ଏକ ମିଠା ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଆବେଗର ପ୍ରତୀକ। ଓଡ଼ିଶାବାସୀଙ୍କ ପାଇଁ ରସଗୋଲା ଏକ ସ୍ୱାଦିଷ୍ଟ ଖାଦ୍ୟରୁ ଅଧିକ; ଏହା ଶତାବ୍ଦୀ ପ୍ରାଚୀନ ଇତିହାସ ଓ ଜାତୀୟ ଗର୍ବର ସାକ୍ଷୀ।

ରସଗୋଲାର ଉତ୍ପତ୍ତି ଓଡ଼ିଶାର ପବିତ୍ର ଶ୍ରୀମନ୍ଦିର ସହିତ ଜଡ଼ିତ। ପ୍ରାୟ ୧୨ଶ ଶତାବ୍ଦୀରୁ ଶ୍ରୀଜଗନ୍ନାଥଙ୍କ ଭୋଗ ଭାବେ ରସଗୋଲା ପରମ୍ପରା ଆରମ୍ଭ ହୋଇଥିଲା। ପୁରୀର ନୀଳାଦ୍ରି ବିଜେ ଓ ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଏହି ମିଠା ଓଡ଼ିଆଙ୍କ ଆତ୍ମା ସହ ମିଶିଛି।ତେବେ ବାହୁଡା଼ ଯାତ୍ରା ଠାରୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିବାରୁ ଆଜି ମଧ୍ୟ ନୀତି ସଅଳ ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ଠାରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଅବଢା ପାଇପାରିବେ । ନୀଳାଦ୍ରୀବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଅଧିକ ପଢନ୍ତୁ

kc ads