କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ

ଏକ କାଳୀନ ଭାବେ ତିନି ତିନୋଟି ପୁତ୍ର ସନ୍ତାନ ପ୍ରସବ କଲେ କୁଟିଆ ଜନଜାତି ବର୍ଗର ଜଣେ ମହିଳା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆ କନ୍ଧ ଅଂଚଳ ଭାବେ ପରିଗଣିତ ବେଲଘର ଅଂଚଳରୁ ଆସିଛି ଏହିପରି ଏକ ଖବର ।କୁଟିଆ ଜନଜାତିର ଜଣେ ମହିଳା ରଂଜିତା ମାଝି (୨୬), ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ, ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବେ ଏକକାଳୀନ ତିନିଟି ସନ୍ତାନ (ପୁତ୍ର) ପ୍ରସବ କରିଛନ୍ତି।ସୂଚନା ଅନୁଯାୟୀ, ଗତ ରବିବାର ରଂଜିତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କ ସ୍ୱାମୀ କଂସ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ବେଳେ ପ୍ରସବ ହୋଇଥିଲା। ଡାକ୍ତର ସୁନା ତୁରନ୍ତ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଜଣାଇଥିଲେ। ଡାକ୍ତର କର ଫୋନ ଯୋଗେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେଇ ତାଙ୍କ ତତ୍ତ୍ୱାବଧାନରେ ତିନିଟି ସନ୍ତାନଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇବାରେ ସଫଳ ହୋଇଥିଲେ।ବାଲିଗୁଡା ମେଡିକାଲରେ ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ମା ଓ ତିନି ନବଜାତ ଶିଶୁପୁତ୍ରଙ୍କୁ ରଖାଯାଇଛି । ତେବେ ତିନୋଟି ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିବା ମା ରଂଜିତା ଓ ତିନିଶିଶୁ ସୁସ୍ଥଥିବା କହିଛନ୍ତି ବାଲିଗୁଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରବଣ କୁମାର ସାହୁକାର । ତେବେ ପୂର୍ବରୁ ଗୋଟିଏ ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଥିବାବେଳେ ଏବେ ତିନୋଟି ପୁତ୍ର ସନ୍ତାନକୁ ପାଇ ଖୁସିଥିବା କହିଛନ୍ତି ତିନି ନବଜାତ ଶିଶୁପୁତ୍ରଙ୍କ ବାପା କଂସ ମାଝୀ ।

ଅଧିକ ପଢନ୍ତୁ

kc ads