ହୀରାକୁଦରେ ଏବେ ଏତିକି ଗେଟ ଖୋଲା ଅଛି

ଦୁଇଦିନ ଧରି ହୀରାକୁଦ ବନ୍ଧର ୨୦ଟି ଗେଟ୍ ଖୋଲା ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। ବର୍ତ୍ତମାନ ୧୬ ଗେଟ୍‌ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୬.୧୫ ଫୁଟକୁ ହ୍ରାସ ପାଇଛି। ହୀରାକୁଦ ଡ୍ୟାମ୍‌ ବାମପଟର ୧୧ ଗେଟ୍‌ ଖୋଲା ରହିଛି । ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୮୩୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ସ୍ପିଲ୍‌ୱେ ପାଇଁ ଯାଉଛି ୨ ଲକ୍ଷ ୩୨ ହଜାର ୮୯୬ କ୍ୟୁସେକ୍ ପାଣି । ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୭୦୮ କ୍ୟୁସେକ୍ ପାଣି । ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।

ଅଧିକ ପଢନ୍ତୁ

kc ads