ପୁଣି ପିପିଲିରେ ବାର୍ଡ ଫ୍ଲୁ ଆଶଙ୍କା

ଡେଲାଙ୍ଗରେ ବହୁ ସଂଖ୍ୟାରେ କୁକୁଡା ମଡକକୁ ନେଇ ବାର୍ଡଫ୍ଲ୍ୟୁ ରୋଗ ଆଶଙ୍କା କରାଯାଉଛି । ୨ ଦିନ ହେଲାଣି ଡେଲାଙ୍ଗ ଅଞ୍ଚଳରେ ଶହ ଶହ ସଂଖ୍ୟାରେ କୁକୁଡା ମରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । କିଛି ଦିନ ହେବ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା, ଶିଶୁଆପଡା, ସିଂହବ୍ରହ୍ମପୁର ଓ ବଡଆଙ୍କୁଲା ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି । ଆଂକୁଲା ଓ ଗୋଡ଼ିପୁଟ ମାଟିଆପଡା ଅଞ୍ଚଳର ଦୁଇଟି ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଥିବା ଫାର୍ମ ମାନଙ୍କରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯାଇଥିବା ବେଳେ ଅନେକ ସଂକ୍ରମିତ କୁକୁଡାଙ୍କୁ ବିଭାଗ ପକ୍ଷରୁ ମାରି ପୋତିଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁଲାଇ ମାସ ଆରମ୍ଭରୁ ପୁଣି କୁକୁଡ଼ା ମଡ଼କ ନେଇ ଚାଷୀଙ୍କ ବାର୍ଡ଼ ଫ୍ଲୁ ସଂକ୍ରମଣ ରେ ମୃତ୍ୟୁ ଘଟୁଥିବା ଚାଷୀମାନେ ଆଶଙ୍କା କରିଛନ୍ତି । ଏନେଇ ସମ୍ପୃକ୍ତ କୁକୁଡ଼ା ଚାଷୀ ଙ୍କ ଅଭିଯୋଗ ଅନୁଯାଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି ।

ଅଧିକ ପଢନ୍ତୁ

kc ads