ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ଲୋକ ଆସୁଛନ୍ତି । ସବୁ ସମସ୍ୟା ଉପରେ ଲୋକଙ୍କୁ ନେଇ ଜନଜାଗରଣ କରିବା ଦିଗରେ ସାଧୁତାର ସହିତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ରାହୁଲଙ୍କ ସମାବେଶକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଛି। ଡ୍ରାଇଭରଙ୍କ ଷ୍ଟିଆରିଂ ଛାଡ ଆନ୍ଦୋଳନ ଭିତରେ ସମାବେଶକୁ କାର୍ଯ୍ୟକର୍ତ୍ତା କିପରି ଆସିବେ ସେନେଇ ଚିନ୍ତା ସୃଷ୍ଟି ହୋଇଛି। ସମ୍ବିଧାନ ବଞ୍ଚାଓ ସମାବେଶରେ ବ୍ୟାପକ ଭାବରେ ଲୋକ ଆସିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ଚେଷ୍ଟା କରୁଛୁ।
କିନ୍ତୁ ଏହି ସମୟରେ ଆମ ସାମ୍ନାରେ ଅନେକ ସମସ୍ୟା ଦେଖା ଦେଇଛି। କଂଗ୍ରେସକୁ ଟାର୍ଗେଟ କରି ଓଡ଼ିଶା ଲୋକଙ୍କୁ ହଇରାଣ କରି ପାରିବେନି ରାଜ୍ୟ ସରକାର। ରାଜ୍ୟରେ ଏକ ଘଡିସନ୍ଧି ମୁହୂର୍ତ୍ତରେ ଆମର ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।ଡ଼୍ରାଇଭର ସଂଘର କଂଗ୍ରେସ ପ୍ରତି ସହାନୁଭୂତି ରହିଛି । ସଂଘର ସଭାପତିଙ୍କ ସହିତ ଆଲୋଚନା କରିଛୁ ଶୁକ୍ରବାର ଯେତିକି ଗାଡ଼ି ଆନ୍ଦୋଳନ ପାଇଁ ଆସିବେ ଦୟାକରି ସେମାନଙ୍କୁ ଆସିବା ପାଇଁ ଦିଆଯାଉ । ଏହା ଗୋଟିଏ ଦିନ ପାଇଁ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି ।
