ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି । ସେ ଯେ କେହି ବି ହୋଇଥିବେ ଦଣ୍ଡିତ ହେବେ ନିଶ୍ଚୟ । କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି ।କଙ୍ଗାରୁକୋର୍ଟ ଯିଏ କରିବ , ସେ ଦଣ୍ଡିତ ହେବ । ଆଇନକୁ ହାତକୁ ନେଲେ କଠୋର ଦଣ୍ଡବିଧାନ କରାଯିବ । ତେବେ ଅତୀତ ଓ ନିକଟରେ ପ୍ରେମୀ ଯୁଗଳଙ୍କୁ ଅତ୍ୟାଚାର ହେଉ ବା ଅନ୍ୟ କୌଣସି କାରଣ ନେଇ ବ୍ୟକ୍ତିଙ୍କ ଉପରେ ହେଉଥିବା କଠୋର ନିର୍ଯ୍ୟାତନା ଅଭିଯୋଗ ଆସୁଛି। ଏମିତିକି ଭିଡିଓ ମଧ୍ୟ ଗଣମାଧ୍ୟମରେ ଦେଖା ଯାଉଛି। ତେବେ ଆଇନକୁ କେହି ମାନୁ ନାହାନ୍ତି କି ଭୟ ମଧ୍ୟ କରୁ ନାହାନ୍ତି। ତେବେ ସରକାର ଆଗକୁ କି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।
