ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ । ଜମାଦାରପାଲି ଅଞ୍ଚଳରେ ହେବ କ୍ୟାମ୍ପେ୍ନିଂ ସାଇଟ୍ ସାଙ୍ଗକୁ ଲାଇଟ୍ ଓ ସାଉଣ୍ଡ ସୋ । ଆଖପାଖ ପରିବେଶ ଆକର୍ଷଣୀୟ କରିବାକୁ ରହିବ ଜାପାନିଜ୍ ପଥର ପାଚେରି । ପର୍ଯ୍ୟଟକଙ୍କ ପାଇଁ ହେବ ବିଶାଳ ସ୍ଥାୟୀ ପାର୍କିଂ । ଝାରସୁଗୁଡ଼ା ଅଞ୍ଚଳରେ ବି ଆଇଲାଣ୍ଡ ବିକାଶ ପାଇଁ ହୋଟେଲ୍, ରିସୋର୍ଟ ବ୍ୟବସ୍ଥା କରାଯିବ । ହୀରାକୁଦକୁ ଜଳକ୍ରୀଡ଼ାର ଭୂସ୍ୱର୍ଗ ତଥା ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜଳସମ୍ପଦ ବିଭାଗ ଆରମ୍ଭ କରିଛି ଏଭଳି ପ୍ରସ୍ତୁତି । ତେବେ ହୀରାକୁଦରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଖେଳ, ଆମୋଦ ପ୍ରମୋଦ ଓ ଚିତ୍ତବିନୋଦନ ଆଦି ଦେଖିବାକୁ ମିଳିବ ।ଝାରସୁଗୁଡ଼ା ଅଞ୍ଚଳରେ ମଧ୍ୟ ଆଇଲାଣ୍ଡ ବିକାଶ ପାଇଁ ହୋଟେଲ୍, ରିସୋର୍ଟ ବ୍ୟବସ୍ଥା କରାଯିବ । ହୀରାକୁଦକୁ ଜଳକ୍ରୀଡ଼ାର ଭୂସ୍ୱର୍ଗ ତଥା ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜଳସମ୍ପଦ ବିଭାଗ ଆରମ୍ଭ କରିଛି ଏଭଳି ପ୍ରସ୍ତୁତି ।
