ସୁଲତା କାନ୍ଦି କାନ୍ଦି କହିଲେ ,ଆଜି ମହିଳା ସବୁଠି ଅସୁରକ୍ଷିତ

ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବଢ଼ୁଛି ରାଜନୀତି ତାତି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ। ଲୋୟର ପିଏମଜିରେ ବିଜେଡିର ବିରୋଧ ପ୍ରଦର୍ଶନ କରୁଛି । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବହା ଗ୍ୟାସ କରିଛି ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଛି ।ଏଥିରେ ସୁଲତା ଦେଓ ଆହତ ହୋଇଛନ୍ତି । ସେ ରାସ୍ତା ମଝିରେ ବସି କାନ୍ଦିଛନ୍ତି। କାନ୍ଦିକାନ୍ଦି ସେ କହିଛନ୍ତି, ପୋଲିସ ଗୁଣ୍ଡା ସାଜିଛି । ସ୍ଥିତି କଣ ଅଛି ଦେଖୁନି । ରବର ବୁଲେଟ ମାରୁଛି, ଟିୟର ଗ୍ୟାସ ମାରୁଛି । ଆମର ସବୁ କର୍ମୀମାନେ କ୍ଷତାକ୍ତ ହୋଇ ଯାଇଛନ୍ତି ।

ସେ କାନ୍ଦି କାନ୍ଦି ଆହୁରି ମଧ୍ୟ କହିଛନ୍ତି ଯେ ଆଜି ମହିଳା ସବୁଠି ଅସୁରକ୍ଷିତ । ସେମାନେ ମହିଳାମାନଙ୍କୁ ନ୍ୟାୟ ଦେଉନାହାନ୍ତି , ଓଲଟା ନିର୍ଯାତନା ଦେଉଛନ୍ତି । ସେ ଯାହା ବି କରନ୍ତୁ ଆମେ ଛାଡ଼ିବୁ ନାହିଁ , ମହିଳାଙ୍କ ପାଇଁ ଆଉ ନ୍ୟାୟ ପାଇଁ ଆମେ ଲଢ଼ିଛୁ ଏବଂ ଲଢ଼ିବୁ ମଧ୍ୟ , ଆମ ଘର ପାଇଁ ଆମେ ଲଢୁନୁ । ଏ ଲଢ଼େଇ ଜାରି ରହିବ

ଅଧିକ ପଢନ୍ତୁ

kc ads