ଟ୍ରଲରରେ ଲଦାହୋଇ ମରାମତି ପାଇଁ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପବନ ଯାନ

ମାସାଧିକ କାଳ ଅଟକି ରହିବା ପରେ କେନ୍ଦ୍ରାପଡ଼ା ଛାଡ଼ିଛି ଅଚଳ ହେଲିକପ୍ଟର। ମାସେ ୭ ଦିନ ଧରି କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ପଡ଼ିଆରେ ପଡ଼ି ରହିବା ପରେ ଗତ ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଯାଇଛି l ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ଙ୍କ ତତ୍ତ୍ଵାବଧାନରେ ହେଲିକପ୍ଟରଟିକୁ ନିଆଯାଉଛି l ମୁମ୍ବାଇରେ ପହଁଞ୍ଚିବା ପାଇଁ ୮ରୁ ୧୦ ଦିନ ସମୟ ଲାଗିବ ବୋଲି ଜଣାପଡିଛି l ସୂଚନାମୁତାବକ ଗତମାସ ଜୁନ ୯ ତାରିଖରେ କେନ୍ଦ୍ରାପଡା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ହେଲିକପ୍ଟରରେ କୌଣସି ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଆଉ ଫେରିପାରିନଥିଲା । ଫଳରେ ଦୀର୍ଘ ମାସେ ହେବ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ରହିଥିଲା ।ଦୀର୍ଘ ଏକ ମାସ ଧରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ପବନ ଯାନ ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା । ବାଉଁଶ ବ୍ୟାରିକେଡ ସମ୍ପୂର୍ଣ୍ଣ ପଡିଆକୁ ଘେରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ଶାରୀରିକ କ୍ରୀଡା, NCC କ୍ଳାସ ଓ ଅନ୍ୟକାର୍ଯ୍ୟ ପାଇଁ ବାଧା ସୃଷ୍ଟି କରିଥିଲା ।

ଅଧିକ ପଢନ୍ତୁ

kc ads