କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରୁଥିବା ୮ଟି ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୁଲିସ ଟେକି ନେଇ ଭ୍ୟାନ୍‌ରେ ବସାଇ ଅଟକ ରଖିଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ବିରୋଧୀ ନେତା ଏବଂ କର୍ମୀଙ୍କୁ ପୁଲିସ ଅଟକ ରଖିଛି।ଅନ୍ୟପଟେ ପୁରୀରେ କଂଗ୍ରେସ ବନ୍ଦ ପାଳନ କରି ଟ୍ରେନ ଅଟକାଇବା ଲାଗି ଟ୍ରେନ ଟ୍ରାକକୁ ଡେିଁଲେ ଆନ୍ଦୋଳନକାରୀ । ତେବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ଦେବାକୁ ଚାହୁଁ ନାହାନ୍ତି । ସରକାର ଗୁଣ୍ଡାଗିରି କରୁଛନ୍ତି। ଆମେ ସରକାରଙ୍କ ଗୁଣ୍ଡାଗିରି ନେଇ ଭୟଭୀତ ହେବୁ ନାହିଁ।

ଅଧିକ ପଢନ୍ତୁ

Odisha Darpan Digital