ନିଦ ବଟିକା ଖାଇ ଜୀବନ ହାରିଲେ ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡାଙ୍କ ମୃତ୍ୟୁ । ନିଦ ବଟିକା ଖାଇ ମୃତ୍ୟୁ ହୋଇଥିବା ସ୍ବାମୀଙ୍କ ଅଭିଯୋଗ ।ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାତିରେ ଦେବବ୍ରତ ତାଙ୍କ ସ୍ତ୍ରୀକୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଡାକ୍ତର ଜଣକ କାହିଁକି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ନେଇ ତଦନ୍ତ କରୁଛି ପୋଲିସ ।ସେପଟେ କୌଣସି କଥାକୁ ନେଇ ସ୍ବାମୀଙ୍କ ସହ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ବୋଲି ପାଖ ପଡ଼ୋଶୀଙ୍କକଠାରୁ ଶୁଣିବାକୁ ମିଳୁଛି।ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
