FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି ।ସମସ୍ତ କଲେଜ କର୍ତ୍ତୃପକ୍ଷ, ପୋଲିସ, ପ୍ରଶାସନ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରି ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଅନ୍ୟପଟେ ଏହା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସରକାର ପର୍ଦ୍ଦାଫାସ କରିବା ପାଇଁ ଚାହୁଁ ନାହାନ୍ତି । ପ୍ରକୃତ ତଦନ୍ତ ହେଲେ ଯେଉଁମାନେ ଶବକୁ କାନ୍ଧ ଦେଉଛନ୍ତି, ସେମାନେ ବନ୍ଧା ହୋଇଯାଆନ୍ତେ । କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକ ରହିଛି ।

ଅଧିକ ପଢନ୍ତୁ

kc ads