ମେରା ରାସନ ୨.୦: ଏବେ ନିଜ ଫୋନରେ ମିଳିବ ରାସନ କାର୍ଡ ସୁବିଧା

ଡିଜିଟାଲ ଇଣ୍ଡିଆ ଅଭିଯାନରେ ଆଉ ଏକ ପାଦ ଆଗକୁ ବଢ଼ାଇ ଭାରତ ସରକାର ‘ମେରା ରାସନ ୨.୦’ ମୋବାଇଲ୍ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ଜରିଆରେ ରାସନ କାର୍ଡଧାରୀମାନେ ନିଜ ମୋବାଇଲ୍ ଫୋନ୍‌କୁ ହିଁ ରାସନ କାର୍ଡ ଭାବରେ ବ୍ୟବହାର କରିପାରିବେ ଏବଂ ଅନେକ ସୁବିଧାର ଲାଭ ଉଠାଇପାରିବେ । ଯେମିତି ଏହି ଆପ୍ ମାଧ୍ୟମରେ ନିଜର ଡିଜିଟାଲ ରାସନ କାର୍ଡ ଡାଉନଲୋଡ୍ କରିପାରିବେ । ଏହାଦ୍ୱାରା କାର୍ଡ ହଜିଯିବାର ଭୟ ରହିବ ନାହିଁ । ନିଜ ଅଞ୍ଚଳରେ ଥିବା ସରକାରୀ ରାସନ ଦୋକାନଗୁଡ଼ିକର ତାଲିକା ଓ ସେଠାକୁ ଯିବାର ରାସ୍ତା ଏହି ଆପ୍ ଜରିଆରେ ପାଇପାରିବେ । କେଉଁ ଦୋକାନରୁ, କେବେ ଏବଂ କେତେ ପରିମାଣର ରାସନ ନିଆଯାଇଛି, ତାହାର ସମ୍ପୂର୍ଣ୍ଣ ବିବରଣୀ ଆପଣ ଏହି ଆପ୍‌ରେ ଦେଖିପାରିବେ । ଏହାଦ୍ୱାରା ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ।ଯଦି ଆପଣଙ୍କର ଠିକଣା ବଦଳିଛି କିମ୍ବା ପରିବାରର କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା ବା କାଟିବାର ଅଛି, ତେବେ ଆପଣ ଏହି ଆପ୍ ମାଧ୍ୟମରେ ତାହା କରିପାରିବେ । ଆପଣଙ୍କ ରାସନ କାର୍ଡ ସହିତ ଆଧାର ସଂଯୋଗ ହୋଇଛି କି ନାହିଁ, ତାହା ମଧ୍ୟ ଆପଣ ଏହି ଆପ୍‌ରେ ଯାଞ୍ଚ କରିପାରିବେ ।ଏହି ଆପ୍‌କୁ ଆପଣ ଆପଣଙ୍କ ସ୍ମାର୍ଟଫୋନର ଗୁଗୁଲ୍ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍ କରିପାରିବେ । ଡାଉନଲୋଡ୍ କରିବା ପରେ ଆପଣଙ୍କୁ ନିଜର ଆଧାର ନମ୍ବର ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ ।

ଅଧିକ ପଢନ୍ତୁ

kc ads