ଆମେରିକାରେ H-1B ଭିସା ଉପରେ ସଙ୍କଟ। ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା 

ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଭାରତୀୟ ଆଶାୟୀଙ୍କ ପାଇଁ ଏକ ବଡ଼ ଝଟକା । H-1B ଭିସାକୁ ନେଇ ଆମେରିକା କଂଗ୍ରେସରେ ଆସିଛି ଏକ ବିବାଦୀୟ ବିଲ୍ । ଏହି ବିଲ୍ ଯଦି ପାରିତ ହୁଏ, ତେବେ ହଜାର ହଜାର ଭାରତୀୟ ଆଇଟି ପ୍ରଫେସନାଲଙ୍କ ଭାଗ୍ୟ ଖରାପ ହୋଇଯିବ ।ନୂଆ H-1B ଭିସା ଜାରି କରିବା ଉପରେ ୩ ବର୍ଷ ପାଇଁ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।ବାର୍ଷିକ ଭିସା ସଂଖ୍ୟା ୬୫,୦୦୦ ରୁ ହ୍ରାସ କରି ମାତ୍ର ୨୫,୦୦୦ କରିବାକୁ କୁହାଯାଇଛି ।ଭିସା ପାଇବା ପାଇଁ ସର୍ବନିମ୍ନ ବାର୍ଷିକ ଦରମା ୨ ଲକ୍ଷ ଡଲାର (ପ୍ରାୟ ୧.୬ କୋଟି ଟଙ୍କା) ହେବା ଜରୁରୀ ।ବର୍ତ୍ତମାନ ଚାଲିଥିବା ଲଟେରୀ ସିଷ୍ଟମକୁ ବନ୍ଦ କରି କେବଳ ସର୍ବାଧିକ ଦରମା ପାଉଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବାକୁ ପ୍ରସ୍ତାବ ରହିଛି ।ପରିବାର ସଦସ୍ୟଙ୍କ ପାଇଁ ମିଳୁଥିବା ଭିସା ଏବଂ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ଏହି ପ୍ରସ୍ତାବ ପଛରେ ଯୁକ୍ତି ଦିଆଯାଇଛି ଯେ, ଏହାଦ୍ୱାରା ଆମେରିକୀୟ ନାଗରିକଙ୍କୁ ଚାକିରି କ୍ଷେତ୍ରରେ ଅଧିକ ସୁଯୋଗ ମିଳିବ । ତେବେ ସମାଲୋଚକଙ୍କ କହିବା କଥା, ଏହା ଆମେରିକାର ଟେକ୍ନୋଲୋଜି କ୍ଷେତ୍ରରେ ପ୍ରତିଭାର ଅଭାବ ସୃଷ୍ଟି କରିବ ଏବଂ ବଡ଼ ବଡ଼ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବ ।

ଅଧିକ ପଢନ୍ତୁ