ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ରାଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି । ପ୍ରାୟ କୋଡିଏ ଜଣ ଅବସର ପ୍ରାପ୍ତ ଶିକ୍ଷକ ଏକତ୍ରିତ ହୋଇ ଚାଳିଶରୁ ଉର୍ଦ୍ଧ୍ୱ ବଉଳ, ଅଶୋକ, ଆମ୍ବ ଓ ଗଙ୍ଗଶିଉଳି ଆଦି ଗଛ ଲଗାଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ସାଥୁଆ , ପ୍ରସନ୍ନ କୁମାର ଦାଶ, ରବି ନାରାୟଣ ପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ, ପ୍ରଦୀପ୍ତ ସାହୁ, ଦେବପ୍ରସାଦ ଜେନା, ଡ.ସୁକାନ୍ତି ମହାନ୍ତି, ପ୍ରକାଶ ପଟ୍ଟନାୟକ, ବୃନ୍ଦାବନ ପରିଡା, ନକୁଳ ଦାସ, ସୁରେନ୍ଦ୍ର ମଲ୍ଲ, ଶ୍ୟାମ ପାତ୍ର, ଅର୍ଜ୍ଜୁନ ସାଥୁଆ , କିଶୋର ମିଶ୍ର, ସତ୍ୟବାଦୀ ସିଂ, ରମେଶ ପୃଷ୍ଟି, ଦେବରାଜ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଶିକ୍ଷକ ମାନଙ୍କ ଏହି ମହନୀୟ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
By:-Laxmidhar Sahoo

ଅଧିକ ପଢନ୍ତୁ

kc ads