ରେଭେନ୍ସାରେ ପୁଣି ରାଗିଂ! 10 ଛାତ୍ରଙ୍କୁ ହଷ୍ଟେଲ ଛାଡ ନିର୍ଦ୍ଦେଶ। 

ରେଭେନ୍‌ଶାର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଷ୍ଟ୍ ହଷ୍ଟେଲ୍‌ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରିଥିବା ଅଭିଯୋଗକୁ ଆଧାର କରି କାର୍ଯ୍ୟନୁଷ୍ଠାନ । ବିଳମ୍ବିତ ରାତିରେ ଖବର ପାଇ ହଷ୍ଟେଲରେ ପହଞ୍ଚି ଥିଲେ କୁଳପତି, ୱାଡେନ୍ ଏବଂ ଅନ୍ୟାନ୍ୟ ଅଧ୍ୟାପକ। ଅଭିଯୋଗର ତଦନ୍ତ କରିବ ଏକ କମିଟି ।ଆଗରୁ ମଧ୍ୟ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି, ଯେଉଁଥିପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। କିନ୍ତୁ ତା ପରେ ମଧ୍ୟ ରାଗିଂ କମୁନାହିଁ।

ଅଧିକ ପଢନ୍ତୁ

Odisha Darpan Digital