୨୫ ବର୍ଷ ପରେ ୯/୧୧କୁ ନିଆରା ଶ୍ରଦ୍ଧାଞ୍ଜଳି: ୨,୯୭୭ଟି ଡ୍ରୋନ୍ ର ଆଲୋକରେ ପୁଣି ଠିଆ ହେଲା ଟ୍ୱିନ୍ ଟାୱାର

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଘଟିଥିବା ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଛି। ଆଲ-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନସ୍ଥିତ ପେଣ୍ଟାଗନ୍ ଉପରେ ଆକ୍ରମଣ କରିଥିଲେ। ଏହି ଭୟାନକ ସିରିଜ୍ ଆକ୍ରମଣରେ ମୋଟ ୨,୯୭୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ତେବେ ନ୍ୟୁୟର୍କ ଆକାଶରେ ଏକ ଭାବବିହ୍ୱଳ କରିଦେବା ଦୃଶ୍ୟ ଥିଲା । ୯/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ୨,୯୭୭ଟି ଡ୍ରୋନ୍ ର ଆଲୋକରେ ଟ୍ୱିନ୍ ଟାୱାରର ପ୍ରତିକୃତି ତିଆରି କରାଯାଇଛି । ନ୍ୟୁୟର୍କ ହାର୍ବର ଉପରେ ଆକାଶରେ ଡ୍ରୋନ୍ ଗୁଡ଼ିକୁ ସଜାଇ ପୂର୍ଣ୍ଣ ଆକାରର ଟ୍ୱିନ୍ ଟାୱାର ଭଳି ଦୃଶ୍ୟ ସୃଷ୍ଟି କରାଯାଇଥିଲା ।ଏହି ପ୍ରଦର୍ଶନର ସବୁଠାରୁ ଭାବପ୍ରବଣ ଦିଗ ଥିଲା ଡ୍ରୋନ୍ ସଂଖ୍ୟା । ୨,୯୭୭ଟି ଆଲୋକ ମଧ୍ୟରୁ ପ୍ରତ୍ୟେକ ଆଲୋକ ୯/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ଜଣେ ଜଣେ ବ୍ୟକ୍ତିଙ୍କ ସ୍ମୃତିକୁ ପ୍ରତିନିଧିତ୍ୱ କରୁଥିଲା । ୨୫ ବର୍ଷ ପରେ ମଧ୍ୟ ସେହି ଦିନର ସ୍ମୃତି ଆମେରିକା ପାଇଁ ଅଲିଭା । ଡ୍ରୋନ୍ ରେ ତିଆରି ଆଲୋକିତ ଟ୍ୱିନ୍ ଟାୱାର କେବଳ ଏକ ଆକାଶୀୟ ପ୍ରଦର୍ଶନ ନୁହେଁ, ବରଂ ପ୍ରାଣ ହରାଇଥିବା ୨,୯୭୭ ଜଣଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।

ଅଧିକ ପଢନ୍ତୁ