ଅନଲାଇନ୍ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ନେବାକୁ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ବିରୋଧ

ନୂଆଗାଁ: (ପୁଷ୍ପଲତା ପ୍ରଧାନ): ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ୍ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୂଆଗାଁ ବ୍ଲକ୍ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ବିରୋଧ କରାଯାଇଛି।ନୂଆଗାଁ ବ୍ଲକ୍ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ତରଫରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ନ କରିବା ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉକି ନୂଆଗାଁ ବ୍ଲକ୍ ର ସମସ୍ତ ଅଞ୍ଚଳରେ ମୋବାଇଲ୍ ସେବା , ଇଣ୍ଟରନେଟ ଓ ଦକ୍ଷ ପରିଚାଳକ ନଥିବାରୁ ବର୍ତ୍ତମାନ ଏହି ବ୍ୟବସ୍ଥା ଲାଗୁ ନ କରିବା ପାଇଁ ବ୍ଲକ୍ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଅନୁରୋଧ କରିଛନ୍ତି। ସର୍ବନିମ୍ନ ସୁବିଧା ସରକାରଙ୍କ ତରଫରୁ ସୁନିଶ୍ଚିତ ନକରିବା ପର୍ଯ୍ୟନ୍ତ ଓ ଅନ୍ୟ ବ୍ଲକ୍ ରେ ଲାଗୁ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ଯଦି ନୂଆଗାଁ ବ୍ଲକ୍ ରେ ଲାଗୁ କରାଯାଏ ତେବେ ଗଣତାନ୍ତ୍ରିକ ଉପାୟରେ ରାଜ ରାସ୍ତାକୁ କୁ ଓହ୍ଲାଇବା ପାଇଁ ଜଣାଇଛନ୍ତି।ତତ୍ ସହିତ ସମସ୍ତ କର୍ମଚାରୀ ମାନଙ୍କୁ ସରକାରଙ୍କ ତରଫରୁ ମୋବାଇଲ୍ ପ୍ରଦାନ ସହ ମାସିକ ଇଣ୍ଟରନେଟ ପ୍ୟାକ୍ ର ବ୍ୟବସ୍ଥା,ସମସ୍ତ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ,ଶ୍ରେଣୀ ଅନୁସାରେ ଶିକ୍ଷକ ନିଯୁକ୍ତି ଅଣ ଶୈଖିକ କାର୍ଯ୍ୟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିବୃତ କରିବା ପାଇଁ ନୂଆଗାଁ ବ୍ଲକ୍ ର ବିଭିନ୍ନ ଶିକ୍ଷକ ସଂଘ ର ନେତା ସିମାଞ୍ଚଳ ସେନାପତି , ସୁରେଶ ଚନ୍ଦ୍ର ମହାପାତ୍ର, ବିନାୟକ ପରିଡ଼ା,ଅଶୋକ କୁମାର ପଣ୍ଡା , ଗତିକ୍ରିଷ୍ଣ ପ୍ରଧାନ,ସୁଧିର କୁମାର ପ୍ରଧାନ , ପୁରୁଷୋତ୍ତମ ଜାନୀ,ପ୍ରକାଶ କୁମାର ବେହେରା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital