ପୁରୀଜିଲ୍ଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ରାଇମ୍ବ୍ରାଞ୍ଚଙ୍କୁ ଅନେକ ତଥ୍ୟ ହାସଲ ହୋଇଛି। ବଳଙ୍ଗା ପୁଲିସ ଓ କ୍ରାଇମ୍ବ୍ରାଞ୍ଚର ଟିମ୍ କ୍ରାଇମ୍ ସ୍ପଟ୍ର ରୁପା ମୁଦି ଓ ଅଳଂକାର ଦୋକାନୀଙ୍କ ମାଧ୍ୟମରେ ଅନେକ ତଥ୍ୟ ବାହାର କରିଛନ୍ତି।
କ୍ରାଇମ୍ବ୍ରାଞ୍ଚ ଟିମ୍ ଏମ୍ସ ଦିଲ୍ଲୀରେ ନାବାଳିକାଙ୍କ ବୟାନ ରେକର୍ଡ ମଧ୍ୟ କରିଛନ୍ତି।କାଲି ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ବେଳର ଭିଡିଓ କରାଯାଇଛି । ଅଧିକାରୀଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ଦିଲ୍ଲୀ ଏମ୍ସର ଜଣେ ଡାକ୍ତର, ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ଥାନା ମହିଳାଏଏସଆଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ, ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।ବଳଙ୍ଗା ପୁଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକିୟା ଚୂଡାନ୍ତ ପର୍ଯାୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି। ତଦନ୍ତର ସମ୍ପୂର୍ଣ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଦିଆଯାଇଥିବା ସରିଛି।