ସବ୍ କଲେକ୍ଟର ଅଫିସରେ ଭିଜିଲାନ୍ସ ଚଢ଼ଉ । ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଅଫିସର JRA। ୩୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜୁନିଅର ରେଭିନ୍ୟୁ ଅଫିସର ସୌରଭ ତ୍ରିପାଠୀ । ଏକ ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସାର୍ଟିଫିକେଟ ଦେଉ ନଥିଲେ ସୌରଭ ତ୍ରିପାଠୀ । ହିତାଧିକାରୀ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ୨୦୨୪ ମାର୍ଚ୍ଚ ମାସରେ ଚାକିରୀରେ ଯୋଗ ଦେଇଥିଲେ ସୌରଭ ତ୍ରିପାଠୀ।ଅଭିଯୁକ୍ତ ଶ୍ରୀ ତ୍ରିପାଠିଙ୍କ କବଜାରୁ ସମସ୍ତ ଦାଗୀ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି ।
