ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆଣି ଆଜି ସଂସଦ ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବର୍ଷାରେ ଭିଜି ଭିଜି ଏହି ପ୍ରତିବାଦ କରିଛନ୍ତି ବିଜେଡିର ସାଂସଦମାନେ । ଏଫଏମ କଲେଜ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ସାଂସଦ ନାରାବାଜି ସହ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ବିଜେଡି ସାଂସଦ ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ, ମାନସ ମଙ୍ଗରାଜଙ୍କ ସହିତ ନିରଞ୍ଜନ ବିଶି ପ୍ରମୁଖ ସଂସଦ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସହିତ ସାଂସଦ ସୁଲତା ଦେଓ ମଧ୍ୟ ପ୍ରତିବାଦ କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ମହିଳା ଓ ପିଲାଙ୍କ ସହ ଅପରାଧ ଘଟୁଛି । ହେଲେ ବିଜେପି ସରକାର କିନ୍ତୁ ନିଷ୍କ୍ରିୟ ଅଛି । ତେଣୁ ବିଜେଡି ସାଂସଦମାନେ ଏହା ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରୁଛନ୍ତି ।
