ଅଗଷ୍ଟ ୧ରୁ ଦ୍ଵିତୀୟ ଓ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ- ବିଜେଡି

ବାଲେଶ୍ୱର ଫକୀରମୋହନ ଛାତ୍ରୀ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଅଗଷ୍ଟ ୧ରୁ ୮ ଦ୍ଵିତୀୟ ପର୍ଯ୍ୟାୟ ବିକ୍ଷୋଭ କରିବ ବିଜୁ ଜନତା ଦଳ । ସାରା ରାଜ୍ୟରେ ନାରୀ ନିର୍ଯାତନା, ଛାତ୍ରୀ ଦୁଷ୍କର୍ମ, ଛାତ୍ରୀ ଗର୍ଭବତୀ ହେଉଛନ୍ତି । ବଳଙ୍ଗା ଓ ଫକୀରମୋହନ ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା । ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ ।ବିଜେଡି ଏହିଆନ୍ଦୋଳନ ବେଳାଭୂମି ଏବଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସଗୁଡ଼ିକୁ ଅସୁରକ୍ଷିତ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଏହାର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ଆନ୍ଦୋଳନର ଅଂଶ ସୱରୂପ, ବିଭିନ୍ନ କଲେଜ ନିକଟସ୍ଥ ଥାନାଗୁଡ଼ିକରେ ଥିବା ପୁଲିସ ଅଧୀକ୍ଷକ (SP)ଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ବିଜେଡି ଅଭିଯୋଗ କରିଛି ଯେ ଭାଜପା ସରକାର ଘଟଣାଗୁଡ଼ିକରେ କେବଳ କମିଟି ଗଠନ କରୁଛନ୍ତି କୌଣସି ର୍ନିଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି।ରାସ୍ତାଘାଟରେ ଯେପରି ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରିବେ, ସେଥିପାଇଁ ଅଗଷ୍ଟ ୧ରୁ ଦ୍ଵିତୀୟ ପର୍ଯ୍ୟାୟ ଓ ଅଗଷ୍ଟ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରିବ ବିଜେଡି । ବିଜେପି ସରକାର ପଦକ୍ଷେପ ନ ନେଲେ, ରାଜ୍ୟରେ ବଡ଼ ଛାତ୍ର ଆନ୍ଦୋଳନ ହେବେ । ଉପ ବାଚସ୍ପତି ଓଡ଼ିଶାର ଆଇନ ଶୃଙ୍ଖଳା ଉପରୁ ବିଶ୍ୱାସ ହରାଇ ବସିଛନ୍ତି । ତେଣୁ ଆଉ ଏକ ରାଜ୍ୟର ମଡେଲ ଆପଣେଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାଠାରୁ ନିନ୍ଦନୀୟ ଘଟଣା ଓଡ଼ିଶାରେ କେବେ ଘଟିନଥିଲା । ଉପ ବାଚସ୍ପତି ହୃଦୟଙ୍ଗମ କରିଛନ୍ତି ଯେ ଏଠି ଆଇନଶୃଙ୍ଖଳା ନାହିଁ ବୋଲି ଦେବୀ ତ୍ରିପାଠୀ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital