ନଦୀକୁ ଖସିପଡ଼ିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଗାଡ଼ି

ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ ଖସିପଡ଼ିଛି। ଜଣେ ଅଧିକାରୀ କହିଛନ୍ତି ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ସ୍ପଷ୍ଟ କରାଯାଇନାହିଁ କି, ବସରେ କେତେଜଣ ଯବାନ ଥିଲେ । ସେପଟେ ବସ୍ ଚାଳକ ଗୁରୁତର ହୋଇଛନ୍ତି ।

ଦୁର୍ଘଟଣା ପରେ ଯେଉଁ ଭିଡ଼ିଓ ଆସିଛି ସେଥିରେ ଦେଖିବାକୁ ମିଳିଛି ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । କିଛି ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇପାରିନାହିଁ ।

ଅଧିକ ପଢନ୍ତୁ

Odisha Darpan Digital