ସି-ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ-ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ

ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତଥ୍ୟ ଗୋଟିଏ ପୋର୍ଟାଲରେ ରହିବ । ଏନେଇ ସମସ୍ତ ମହାବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।ଶିକ୍ଷାନୁଷ୍ଠାନରେ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଗ୍ରହଣ ଏବଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ ସି-ବକ୍ସ ପାର୍ଟାଲ୍‌(https://shebox.wcd.gov.in/) ରେ ଅପଲୋଡ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ବାଲେଶ୍ୱର ଏଫଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣାରେ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । କଲେଜ, ବିଶ୍ୱବିଦ୍ୟାଳୟରେ କିଭଳି ଭାବେ ନିର୍ଯାତନା ପ୍ରତିରୋଧ କରାଯିବ, ଏପରି ଅଭିଯୋଗ ଆସିଲେ ତ୍ୱରିତ ତଦନ୍ତ କରି ସମାଧାନ କରାଯିବ ସେଥିପ୍ରତି ତତ୍ପରତା ପ୍ରକାଶ କରିଛି । ଆଇସିସି କମିଟି ଗଠନ ହୋଇଛି କି ନାହିଁ? ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ? ୱେବସାଇଟ୍‌ କଲେଜ, ବିଶ୍ୱବିଦ୍ୟାଳୟ ନିଜର ସବିଶେଷ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତନ୍ନ ତନ୍ନ ଯାଞ୍ଚ କରାଯାଉଛି । ସେହିପରି କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ସିସି ଟିଭି ସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଚିଠି ମଧ୍ୟ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital