Malegaon Blast Case: ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ 7 ନିର୍ଦ୍ଦୋଷରେ ଖଲାସ

ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ଏନଆଇଏର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାରେ, NIA ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

କୋର୍ଟ କହିଛନ୍ତି ଯେ ସନ୍ଦେହ ଆଧାରରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ଏହାସହ ଯାଂଚ କରୁଥିବା ଏଜେନ୍ସି ପ୍ରମାଣ କରିପାରିନାହିଁ କି, ଯେଉଁ ମୋଟରସାଇକେଲ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା ତାହା ସାଧ୍ୱୀପ୍ରଜ୍ଞାଙ୍କର ବୋଲି ।

ଅଧିକ ପଢନ୍ତୁ

Odisha Darpan Digital