ଆଜି ଠାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ । କିଛି ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏହା ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ । ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ହେବ ବଡ ପରିବର୍ତ୍ତନ। ତେବେ ତୈଳ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମର ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ନୂଆ ମୂଲ୍ୟ ଆଜି, ଅଗଷ୍ଟ ୧, ୨୦୨୫ ଗୁରୁବାରଠାରୁ ଦେଶବ୍ୟାପୀ ଲାଗୁ ହେବ। ଏହି ମୂଲ୍ୟ ହ୍ରାସ ଦେଶର ବାଣିଜ୍ୟିକ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି, ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ।ତଥାପି, ସାଧାରଣ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
