ମୁନିଗୁଡ଼ା ରେ ସ୍ବେଛାକୃତ ରକ୍ତଦାନ ଶିବିର।


ମୁନିଗୁଡ଼ା/୩୧/୭ ରାୟଗଡ଼ା ଜିଲ୍ଲା ମୁନିଗୁଡା ଗୌଡ଼ ସାହି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସମ୍ବାଦ ଓ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ମୁଖ୍ୟ ଅତିଥି ରୂପେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷକ ମାତୃ ପ୍ରସାଦ ଦାସ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ରାୟଗଡ଼ା ରକ୍ତ ଭଣ୍ଡାର ଡାକ୍ତର ଗୌତମ ପଟ୍ଟନାୟକ,ବି.କିଶୋର କୁମାର, ଉମାକାନ୍ତ ମିଶ୍ର,ଶଙ୍କର ତାଡିଙ୍ଗି, ଚିନ୍ମୟ ପରିଛା ପ୍ରମୁଖ ଯୋଗ ଦେଇ ରକ୍ତ ସଂଗୃହୀତ କରିଥିଲେ। ରକ୍ତ ଦାତା ଙ୍କୁ ରୋଟାରୀ କ୍ଳବ୍ ର ସଭାପତି ନରେଶ ପାତ୍ର ସଂପାଦକ ବି.ଆନନ୍ଦ,ସୁଦାମ ପଣ୍ଡା, ଭି.ପ୍ରବିଣ୍ କୁମାର, କନକ ନିଉଜ ପ୍ରତିନିଧି ସିମାଞ୍ଚଳ ପଣ୍ଡା,କ୍ଷମା ସାଗର ଦାସ,ଧନୁ କୁଶୁଲଆ,ଶିକ୍ଷୟିତ୍ରୀ ସଂଯୁକ୍ତା ବାଳା ରଥ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିବା ବେଳେ ରାଜିବ ଲୋଚନ ଦାସ ପରିଚାଳନା କରିଥିଲେ।ଏହି ଶିବିର ରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାତା ଜୀବନ ଦାତା, ମନୋରଞ୍ଜନ ଦଳେଇ,ରାଜିବ ଲୋଚନ ଦାସ, ଶ୍ରୀମତୀ ବିଦ୍ୟୁତ ପ୍ରଭା ଦାସ,ମାତୃ ପ୍ରସାଦ ଦାସ,ହରେନ୍ଦ୍ର ଜେନା,ଅମେରେନ୍ଦ୍ର ସ୍ବାଇଁ,ସୁମିତା ରାଉତ, ରବିନ୍ଦ୍ର ଦେବତା,ଲାଡି ଶଙ୍କର,ପି ଗୌରୀ ଶଙ୍କର ପାତ୍ର, ଅନିତା କୁମାରୀ ପାତ୍ର, ଶିବପ୍ରସାଦ ସାହୁ, ବନମାଳୀ ବେହେରା, ଲିଲି ଆଚାରୀ, ଦିଲିପ୍ କୁଶଲିଆ, ଆର୍ଯ୍ୟ କାହ୍ନା , ସୁଶାନ୍ତ ମହାରଣା,ସିମାଞ୍ଚଳ ମାଳି,ଦିପକ କୁମାର ବେହେରା, ଉମାକାନ୍ତ ସାହୁ,ସାଗର କୁମାର ମହାଙ୍କୁଡ,ଲିନା ସାହୁ, ପ୍ରହଲ୍ଲାଦ ଜେନା,ଅଜୟ କୁମାର ସ୍ବାଇଁ, ଚୁଡ଼ାମଣି ବେହେରା,ମିନିକା ପ୍ରଧାନ, ଶୁଶାନ୍ତ ମାଝୀ ଆଗାମୀ ଦିନରେ ରକ୍ତ ଦାତା ଙ୍କୂ ଉତ୍ସାହିତ କରି ଅଧିକ ରକ୍ତ ସଂଗୃହୀତ କରାଯିବ ବୋଲି ପ୍ରଧାନଶିକ୍ଷକ ମାତୃ ପ୍ରସାଦ ଦାସ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital