ଆମେରିକା ଠାରୁ F-35 ଯୁଦ୍ଧ ବିମାନ କିଣିବ ନାହିଁ ଭାରତ

ଡିଲ୍ ପୂର୍ବରୁ ଆମେରିକାର ଟାରିଫ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗାଡ଼ିବାରେ ଲାଗିଛି। ଟ୍ରମ୍ପ ଶୁଳ୍କ ଲଗାଇବା କଥା କହିବା ସହିତ ଜରିମାନା ଆଦାୟ କରିବାକୁ ଧମକ ଦେବା ଓ ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି ବୋଲି କହିବା ଆଦି ବିବାଦ ସୃଷ୍ଟି କରିଛି। ଏହାରି ଭିତରେ ଭାରତ ପକ୍ଷରୁ ଆକ୍ସନ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏହି ଡିଲ୍‌ ସହ ଜଡ଼ିତ ଅଧିକାରୀମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଭାରତ ଆମେରିକାରୁ ଏଫ୍-୩୫ ଯୁଦ୍ଧ ବିମାନ କିଣିବ ନାହିଁ। ଫେବ୍ରୁଆରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ୱାଇଟ୍ ହାଉସ୍ ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏହି ମହଙ୍ଗା ଯୁଦ୍ଧ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ଆମେରିକା ଶୁଳ୍କ ଲାଗୁ କରିବା ପରେ, ଭାରତ ଆମେରିକାକୁ ସନ୍ତୁଷ୍ଟ କରିବା ପାଇଁ ଥିବା ବିକଳ୍ପଗୁଡ଼ିକ ବିଚାର କରୁଛି, ଯେଉଁଥିରେ ଆମେରିକୀୟ ଆମଦାନୀକୁ ପ୍ରୋତ୍ସାହିତ କରିବା ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଭାରତ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୫% ଶୁଳ୍କ ନିଷ୍ପତ୍ତିର ପ୍ରତିଶୋଧ ନେବାକୁ ମନା କରିଦେଇଛି। ସରକାର ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ପୁଣିଥରେ ଟ୍ରାକକୁ ଆଣିବାକୁ ଆଗ୍ରହୀ ଥିବା ଜଣାଯାଇଛି।

ଅଧିକ ପଢନ୍ତୁ

kc ads