ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବାପା ତଥା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ଙ୍କର ଦେହାନ୍ତ ହୋଇଛି । ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପୁଅ ହେମନ୍ତ ସୋରେନ କହିଛନ୍ତି, ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି।ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଆଜି ସକାଳ ୮:୪୮ରେ ଦେହାନ୍ତ ହୋଇଥିଲା। ତାଙ୍କୁ ଗଙ୍ଗାରାମ ହସ୍ପିଟାଲର ନେଫ୍ରୋଡ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। ଏହା ବ୍ୟତୀତ ଶରୀରରେ ଅନ୍ୟ କିଛି ସମସ୍ୟା ଥିଲା। ବାପା ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପୁଅ ହେମନ୍ତ ସୋରେନ୍ । ତାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଚାଲିଯାଇଛି । ଗତ ୩୮ ବର୍ଷ ଧରି ଛାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଙ୍ଗ ଧରିଥିଲେ ଶିବୁ ସୋରେନ୍ । ତାଙ୍କୁ ସଙ୍ଗଠନ ସଂସ୍ଥାପକ ତଥା ସଂରକ୍ଷକ ଭାବେ ରାଜ୍ୟବାସୀ ମାନୁଥିଲେ । ପରାଧୀନ ଭାରତରେ ୧୯୪୪ ଜାନୁଆରୀ ୧୧ରେ ତତ୍କାଳୀନ ବିହାର ତଥା ଏବେକାର ଝାଡ଼ଖଣ୍ଡ ହଜାରୀବାଗରେ ଜନ୍ମଗ୍ରହଣ କରିଥିଲେ ଶିବୁ ସୋରେନ୍ । ହେତୁ ପାଇବା ଦିନରୁ ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ସଂଘର୍ଷ ଆରମ୍ଭ କରିଥିଲେ ଶିବୁ ସୋରେନ୍ । ୭୦ ଦଶକରେ ’ଧନକଟନି ଆନ୍ଦୋଳନ ଓ ଅନ୍ୟ ଆଦିବାସୀ ଆନ୍ଦୋଳନ ଜରିଆରେ ଜନଜାତିଙ୍କ ପାଇଁ ଲଢ଼େଇ ଆରମ୍ଭ କରିଥିଲେ ।

୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଶିବୁ ସୋରେନ୍ । କିନ୍ତୁ ପରାଜୟର ସାମ୍ନା କରିବାକୁ ପଫିଥିଲା । ୧୯୮୦ରେ ନିର୍ବାଚନ ଜିତି ସାଂସଦ ଭାବେ ଜନତାଙ୍କ ସେବା ପାଇଁ ଆସିଲେ ।

ଅଧିକ ପଢନ୍ତୁ