ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି I ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ ( ଭିଜିଲାନ୍ସ ) କୋର୍ଟ ପ୍ରତିଷ୍ଠା ପାଇଁ ଆଜି ( ୦୪. ୦୮. ୨୦୨୫ ତାରିଖରେ) ବିଜ୍ଞପ୍ତି ପ୍ରକାଶ ପାଇଛି ।ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଜି. ଉଦୟଗିରିରେ ପ୍ରତିଷ୍ଠା ହେବ।ଏହି ବିଜ୍ଞପ୍ତି ଅନୁଯାୟୀ, କୋର୍ଟଗୁଡ଼ିକ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଓଡ଼ିଶା ହାଇକୋର୍ଟର ସହଯୋଗରେ ଏହି କୋର୍ଟଗୁଡ଼ିକ ଚାଲୁ କରିବା ପାଇଁ ଯୋଜନା ଚୂଡ଼ାନ୍ତ ହେଉଛି।
