ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଲଘୁଚାପ ବର୍ଷା ହୋଇପାରେ । ୧୩ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ୧୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ। ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବଳା ପବନ ଓ ବିଜୁଳି ହେବାର ସମ୍ଭାବନା ରହିଛି।ବଙ୍ଗୋପସାଗରୀୟ ଲଘୁଚାପ ବା ମୌସୁମୀ ଟ୍ରଫ୍ ଠିକ୍ ସ୍ଥାନରେ ସ୍ଥାନିତ ହେଲେ ରାଜ୍ୟରେ ଭଲ ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ମୌସୁମୀ ଟ୍ରଫ୍ ଉତ୍ତରାଭିମୁଖୀ ହୋଇଛି। ଏବେ ହିମାଳୟ ଅଞ୍ଚଳରେ ବର୍ଷା ହେଉଛି । ୧୪ ତାରିଖ ଭିତରେ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ। ଆସନ୍ତା ୧୦ ଦିନ ଯାଏ କେବଳ ପରିଚଳନ ଜନିତ ସ୍ୱଳ୍ପ ବର୍ଷା ହୋଇପାରେ। ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
