ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ଦିଗ ରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛିନ୍ତି । ରାଜ୍ୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ୬ କୋଟି ୫୨ ଲକ୍ଷ ଗଛ ଲାଗିଛି । ଚଳିତ ବର୍ଷ ଆହୁରି ୧ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୭ ରେ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନ ରେ ଗୋଟିଏ ଦିନ ରେ ଲାଗିବ ୭୫ ଲକ୍ଷ ଗଛ । ସେହିଦିନ ଓଡିଶା ଆସିବାକୁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବି କହିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
