ଖୁବ୍ ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ । ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । ନକ୍ସା ପରିବର୍ତ୍ତନ ସର୍ଭେ ପାଇଁ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍ ଡିସିଙ୍କୁ ଚିଠି ଲେଖାଯାଇଛି । ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି ନ ଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ ।ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ୍ ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂ-ଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
