ସିଜରିଆନକୁ ସି –ସେକସନ ମଧ୍ୟ କୁହାଯାଏ। ଦୀର୍ଘ ଦଶନ୍ଧି ଧରି ଏପରି ସାଂଘାତିକ ଖେଳ ଖେଳି ଚାଲିଥିବା ବ୍ୟକ୍ତିଙ୍କୁ ଏବେ ଅପରେସନ ଥିଏଟରରୁ ଗିରଫ କରାଯାଇଛି। ଆସାମର ସିଲଚରରୁ ଏପରି ଘଟଣା ସାମ୍ନାକୁ ଆସିଛି।ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପୁଲକ ମଲକାର। ସେ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବେ ପରିଚୟ ଦେଉଥିଲେ। ଏହି ନକଲି ପରିଚୟ ଦ୍ୱାରା ସେ ପ୍ରାୟ ୧୦ ବର୍ଷ ହେବ ସିଲଚରର ଦୁଇ ଘରୋଇ ହସ୍ପିଟାଲରେ ସିଜରିଆନ କରି ଚାଲିଥିଲେ। ୫୦ରୁ ଅଧିକ ସିଜରିଆନ ସେ କରିଥିଲେ। ଏବେ ସେ ଗୋଟିଏ ଅପରେସନ ଥିଏଟରରେ ସିଜରିଆନ ସେକସନ କରୁଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଛି। ତେବେ ତଦନ୍ତ ବେଳେ ସମସ୍ତ ଦସ୍ତାବିଜ ଯାଞ୍ଚ କରିଥିଲେ ପୋଲିସ | ସେଗୁଡ଼ିକ ନକଲି ବୋଲି ପ୍ରମାଣିତ ହୋଇଥିଲା। ସେ ଜଣେ ନକଲି ଡାକ୍ତର ଓ ଦୀର୍ଘ ବର୍ଷ ହେଲାଣି ନକଲି ପ୍ରମାଣପତ୍ର ଜରିଆରେ ସେ ନିଜର ବ୍ୟବସାୟ କରୁଥିବା ଜଣାପଡ଼ିଥିଲା। ଏହାପରେ ରେଡ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।”
