କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଛାତ୍ରୀ ପୋଡି ଘଟଣାରେ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ସାମ୍ବାଦିକ ସମ୍ମିଳନୀ l ଘଟଣାର ନିରପେକ୍ଷ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି l ତେବେ ବ୍ଲାକମେଲ କରିଥିବା ଅଭିଯୋଗରେ ଚେନ୍ନାଇରୁ ପ୍ରେମିକ ଗିରଫ । ରାଜ୍ୟ ବାହାରରୁ ଅଭିଯୁକ୍ତକୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତାକୁ ପୋଲିସ ଓଡ଼ିଶା ଆଣୁଛି । ଖୁବଶୀଘ୍ର ଛାତ୍ରୀ ମୃତ୍ୟୁ ଘଟଣାରୁ ପରଦା ହଟିବ । ବ୍ରେକଅପ ପରେ ଯୁବକ ଜଣଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ କରୁଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା ।ଛାତ୍ରୀଙ୍କ ବାପା କହିଛନ୍ତି ଝିଅର ପ୍ରେମିକ ବ୍ଲାକ ମେଲ କରିବା ସହ ଅଶ୍ଳୀଳ ଭିଡିଓ ଭାଇରାଲ କରୁଥିଲେ । ହେଲେ ଥାନାରେ ଦିଆଯାଇଥିବା ଏତଲାରେ ପ୍ରେମିକଙ୍କ ନାଁ ନାହିଁ । ସେହିପରି ତାଙ୍କ ବାପାଙ୍କ କହିବା ଅନୁଯାୟୀ ୬ ମାସ ତଳେ ପ୍ରେମିକ ବିରୋଧରେ ଥାନାରେ ଏତଲା ଦିଆ ଯାଇଥିଲା । ହେଲେ ଏବେ ଏତଲା କପି ମିଳୁ ନାହିଁ । ସ୍ପଷ୍ଟ ଦିବାଲୋକରେ ଘରେ ଝିଅ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି । କିନ୍ତୁ କେହି କିଛିଜାଣି ପାରିଲେନି କେମିତି ? ନିଆଁ ଲାଗିବା ବେଳେ ଝିଅର ଚିତ୍କାର ଶୁଣି ପାରିଲେ ନାହିଁ କି ନିଆଁ କି ଧୂଆଁ ଦେଖି ପାରିଲେ ନାହିଁ ତାହା ରହସ୍ୟଘେରରେ ରହିଛି । ଛାତ୍ରୀଙ୍କ କଲ ଡିଟଲେସକୁ ଯାଞ୍ଚ କରାଯାଉଛି । ତେବେ ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ନା ତାଙ୍କୁ ଜାଳି ଦିଆଯାଇଛି ତାହା ସନ୍ଦେହ ଘେରରେ ରହିଛି ।
