ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି? ୧୦ ହଜାରରୁ ସିଧା ୫୦ ହଜାର ହେଲା ମିନିମନ ବାଲନ୍ସ!

ଯଦି ଆପଣଙ୍କର ICICI ବ୍ୟାଙ୍କରେ ଆକାଉଣ୍ଟ ଅଛି, ଆପଣଙ୍କ ପାଇଁ ଆସିଛି ବଡ଼ ଖବର। ICICI ବ୍ୟାଙ୍କ ମହାନଗର ଏବଂ ସହରାଞ୍ଚଳରେ ସଞ୍ଚୟ ବ୍ୟାଙ୍କ (SB) ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବା ମିନିମନ ବାଲାନ୍ସକୁ ନାଟକୀୟ ଭାବରେ ୫୦ ହଜାରକୁ ବୃଦ୍ଧି କରିଛି। ପ୍ରାୟ ଏକ ସପ୍ତାହ ପୂର୍ବେ ଏହା ୧୦ ହଜାର ଥିଲା। ଅଗଷ୍ଟ ୧, ୨୦୨୫ଠାରୁ, ICICI ସହିତ ଆକାଉଣ୍ଟ ଖୋଲୁଥିବା ସମସ୍ତ ନୂତନ ଗ୍ରାହକଙ୍କୁ ଏହି ସର୍ବନିମ୍ନ ହାରାହାରି ମାସିକ ବାଲାନ୍ସ (MAMB) ବଜାୟ ରଖିବାକୁ ପଡିବ। ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ।ଏବେ ମେଟ୍ରୋ ଓ ସହରାଞ୍ଚଳରେ ଅତି କମରେ ₹ ୫୦ ହଜାର, ଅର୍ଦ୍ଧ-ସହରୀ ଅଞ୍ଚଳରେ ₹ ୨୫ ହଜାର ଓ ଗ୍ରାମାଞ୍ଚଳରେ ରହୁଥିବା ଉପଭୋକ୍ତାଙ୍କ ଆକାଉଣ୍ଟରେ ଅତି କମରେ ₹ ୧୦ ହଜାର ରଖିବାକୁ ପଡିବ। ପୂର୍ବରୁ, ମେଟ୍ରୋ ଏବଂ ସହରାଞ୍ଚଳରେ ସଞ୍ଚୟ ଖାତାରେ ଅତି କମରେ ହାରାହାରି ୧୦ ହଜାର ଟଙ୍କା ବଜାୟ ରଖିବା ଆବଶ୍ୟକ ଥିଲା।

ଅଧିକ ପଢନ୍ତୁ