ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଭୁବନେଶ୍ୱର ୟୁନିଟ ୨ ସ୍ଥିତ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ତେବେ ଜଗବନ୍ଧୁ ପଣ୍ଡାଙ୍କ ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନ ଧରିବାକୁ ତାଗିଦ୍ କଲେ । କହିଲେ ଯେ ତମେ ଆତ୍ମହତ୍ୟା କଲେ ମୁଁ କଣ ପାଇଁ ଅଛି । ତେବେ ଦୀର୍ଘ ୪୦ ବର୍ଷ ହେଲା ପୂର୍ତ୍ତ ବିଭାଗରେ ପିଅନ ଭାବେ କାମ କରୁଛନ୍ତି ଜଗବନ୍ଧୁ । ହାତ ଟେକା ଦରମାରେ ଏତେ ବର୍ଷ ହେଲା କାମ କରୁଛନ୍ତି ସ୍ଥାୟୀ ଚାକିରି କରାଇବେ କହି ଠକି ଆସୁଛନ୍ତି ଅଧିକାରୀ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣେଇବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମହତ୍ୟା କରିଦେବି ବୋଲି କହିଲେ । ମୁଖ୍ୟମନ୍ତ୍ରୀ ଏ କଥାରେ ରାଗିଯାଇ, ପାଟି କରି ଏଭଳି କଥା ନ କହିବାକୁ ବାରଣ କଲେ।
