ରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବରେ ବାଜିଲା ମୋହର । କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ୩୮ଟି ଆଧୁନିକ ମଣ୍ଡି ନିର୍ମାଣ କରିବେ ସରକାର । ଏଥିପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆରଏମସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ । ରାଜ୍ୟ ସରକାର ୨ ବର୍ଷରେ ୧୫୦ କୋଟି ଦେବେ । ମଣ୍ଡି ଗୁଡିକରେ ଷ୍ଟୋରେଜ ସୁବିଧା ରହିବ । ଧାନର କ୍ୱାଲିଟି ଟେଷ୍ଟିଂ ସୁବିଧା ରହିବ ।ରାଜ୍ୟରେ ଖୋଲିବ ୭ଟି ନର୍ସିଂ କଲେଜ । ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପର ଅନୁମୋଦନ ମିଳିଛି । ବିମାନ ମରାମତି କେଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସଂଗ୍ରହାଳୟ ପରିଚାଳନା ପାଇଁ କ୍ୟାଡର ନିୟମାବଳୀକୁ ଅନୁମତି ଦିଆଯାଇଛି । ନୂଆ ନୂଆ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ସହରାଞ୍ଚଳରେ ଏଲଇଡି ଲାଇଟ ବ୍ୟବସ୍ଥା କରାଯିବ ।
