ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ

ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ପଶ୍ଚିମ ସିଂହଭୂମି ଗୋଇଲକେରା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି ।  ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ  ଜଣେ ମାଓବାଦୀ ନିପାତ ହୋଇଛନ୍ତି । ସଉତା ଜଙ୍ଗଲରେ ଏବେ ବି ଚାଲିଛି ଗୁଳିବିନିମୟ । ମୃତ ମାଓବାଦୀ ଛତିଶଗଡର ଟପ ମାଓନେତା ଅରୁଣ କାର୍କି ।  ଅରୁଣ ପଛରେ ୨ ଲକ୍ଷ ଟଙ୍କାର  ପୁରସ୍କାର ରାଶି ଥିଲା ।ସୂଚନାକୁ ଆଧାର କରି ଚାଇବାସା ପୋଲିସ୍ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା ।  ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଅଧିକ ପଢନ୍ତୁ