ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ

ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁଙ୍କ ପୁସ୍ତକ ସାଇତା ସତ ଓ ବେହାଲ ବର୍ଷାର ଲୋକାର୍ପଣ ଉତ୍ସବ। ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ନୟାଗଡ଼ ବିଧାୟକଙ୍କ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l

ପ୍ରକାଶକ ବିଜୟ ମହାପାତ୍ରଙ୍କ ବି.କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି l ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି lପିଲାଦିନରୁ ସାହିତ୍ୟ ଓ କବିତା ପ୍ରତି ଭଲ ପାଇବା ଅଛି ତେଣୁ କବିତାକୁ ସଂଗୀତ ମାଧ୍ୟମରେ ତୋଳି ଧରିବା ଉଦ୍ୟମ କରିଥିବା କହିଛନ୍ତି ଅରୁଣ ସାହୁ।

ଅଧିକ ପଢନ୍ତୁ