ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ । ରାଜ୍ୟର ୧୦ ହଜାରରୁ ଅଧିକ ରାଜସ୍ୱ କର୍ମଚାରୀ ୩୦ ଟି ଯାକ ଜିଲ୍ଲାରେ ୧୦ ଦଫା ଦାବି ନେଇ ଗତ ୧୧ ତାରିଖ ଠାରୁ ସାମୁହିକ ଛୁଟିରେ ଅଛନ୍ତି । ସାରା ରାଜ୍ୟରେ ରାଜସ୍ୱ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ କରି ନାହିଁ ସଙ୍ଘ । ତେବେ ଗତକାଲି ତୁରନ୍ତ ଧାରଣା ବନ୍ଦ କରି କାମକୁ ଫେରିବାକୁ କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । କାର୍ଯ୍ୟରେ ଅବହେଳା ହେଲେ ଦରମା ବନ୍ଦ ହେବ ବୋଲି ଧମକ ଦେଇଥିଲେ ମନ୍ତ୍ରୀ। ହେଲେ ତାଗିଦ ସତ୍ବେ ଆଜି ପୁଣିଥରେ ଧାରଣାରେ ବସିଛନ୍ତି ଅମଲା ସଂଘ ।
