କେବେ ପାଳିବେ ଜନ୍ମାଷ୍ଟମୀ ? ଅଗଷ୍ଟ ୧୫ ନା ୧୬ ତାରିଖ

୨୦୨୫ରେ କୃଷ୍ଣ ଜନ୍ମାଷ୍ଟମୀ ଅର୍ଥାତ୍ ଶ୍ରୀ କୃଷ୍ଣ ଜୟନ୍ତୀ କେଉଁ ତାରିଖରେ ପାଳନ କରାଯିବ ସେ ବିଷୟରେ ବହୁତ ଦ୍ୱନ୍ଦ୍ୱ ରହିଛି । ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଗଷ୍ଟ ୧୫ ରାତି ୧୧:୪୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ରାତି ୦୯:୩୪ ପର୍ଯ୍ୟନ୍ତ ଚାଲିବ ।୨୦୨୫ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀର ସଠିକ୍ ତାରିଖ ଜାଣିବା ପାଇଁ, ଏହି ପର୍ବ କେଉଁ ତିଥି ଏବଂ ନକ୍ଷତ୍ରରେ ପାଳନ କରାଯାଏ ତାହା ଜାଣିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ରର ଶୁଭ ସଂଯୋଗରେ ଜନ୍ମାଷ୍ଟମୀର ପବିତ୍ର ପର୍ବ ପାଳିତ ହୁଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଏହି ତିଥି ଏବଂ ନକ୍ଷତ୍ରରେ ରାତି ୧୨ଟାରେ ଜନ୍ମଗ୍ରହଣ କରିଥିଲେ । ଏପରି ପରିସ୍ଥିତିରେ, ଜନ୍ମାଷ୍ଟମୀ ସେହି ଦିନ ପାଳନ କରାଯିବ ଯେଉଁଦିନ ଏପରି ସଂଯୋଗ ଘଟୁଛି । କିନ୍ତୁ ଏଥର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ର ଭିନ୍ନ ଭିନ୍ନ ଦିନରେ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ପରିସ୍ଥିତିରେ, ଜନ୍ମାଷ୍ଟମୀ ପର୍ବ ସେହି ଦିନ ପାଳନ କରାଯିବ ଯେଉଁଦିନ ଅଷ୍ଟମୀ ତିଥି ପଡୁଛି । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଭାଦ୍ରବ କୃଷ୍ଣ ଅଷ୍ଟମୀ ଅର୍ଥାତ୍ ଆସନ୍ତା କାଲି ହିଁ ଶ୍ରୀମନ୍ଦିର ସମେତ ଘର ମାନଙ୍କରେ ପବିତ୍ର ଜନ୍ମାଷ୍ଟମୀ ପାଲନ କରାଯିବ। ସ୍ମାର୍ତ୍ତ ମତ ଅନୁଯାୟୀ ୧୫ ତାରିଖରେ ଜନ୍ମାଷ୍ଟମୀ ଓ ୧୬ ତାରିଖରେ ନନ୍ଦ ଉତ୍ସବ ଏବଂ ବୈଷ୍ଣବୀୟ ମତ ଅନୁଯାୟୀ ୧୬ ତାରିଖରେ ଜନ୍ମାଷ୍ଟମୀ ଓ ୧୭ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ। ଶ୍ରୀକୃଷ୍ଣକ ଜନ୍ମ ମଧ୍ୟରାତ୍ରରେ ହୋଇଥିବାରୁ ସ୍ମାର୍ତ୍ତ ମତ ଅନୁଯାୟୀ ସନ୍ଧ୍ୟା ସମୟକୁ ଆଧାର କରି ୧୫ ତାରିଖରେ ହିଁ ଜନ୍ମାଷ୍ଟମୀ ପାଳନ୍ ବିଧେୟ । ଏହି ଦିନ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳନ ସହ ଘରେ ଘରେ ପୂଜା ଓ ଉପବାସ କରାଯିବ । ତେବେ ବୈଷ୍ଣବୀୟ ମତ ଅନୁଯାୟୀ ସୂର୍ଯ୍ୟୋଦୟ ସମୟକୁ ଆଧାର କରି ୧୬ ତାରିଖରେ ଜନ୍ମାଷ୍ଟମୀ ଓ ୧୭ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ ।

ଅଧିକ ପଢନ୍ତୁ

Odisha Darpan Digital