ପୁଣି ଚର୍ଚ୍ଚାରେ ପୂର୍ବତନ OSAP କନେଷ୍ଟବଲ୍ ରୁଦ୍ର ନାରାୟଣ ଦାସ । ଦୁଇ ମାସ ମୋବାଇଲ ଟାୱାରରେ ଚଢିଥିଲେ । ଏବେ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି । ନିଜ ମା’ଙ୍କ ଚିକିତ୍ସା ସହାୟତାପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବାକୁ ଢେଙ୍କାନାଳରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି ଯୁବକ ।ମୁଖ୍ୟମନ୍ତ୍ରୀଙ୍କୁ ମା’ଙ୍କ ଚିକିତ୍ସା ନିମନ୍ତେ ସହାୟତା ମାଗିବେ ବୋଲି ବୋଲି ପ୍ରକାଶ କରିଛନ୍ତି । ଗତ ୨୦୧୮ମସିହାରେ OSAP ଫାଷ୍ଟ ବଟାଲୀୟନରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଁ ତାଲିମ ନେଉଥିଲେ। ମାତ୍ର ତାଲିମ ସମୟରେ ସ୍ବାସ୍ଥ୍ୟଗତ କାରଣରୁ ଅଯୋଗ୍ୟ ହେବାରୁ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିଲେ।ତେବେ ଗତ ମେ ମାସ ୯ତାରିଖରେ ତାଙ୍କୁ ନିଯୁକ୍ତି ଓ କର୍କଟ ପୀଡିତ ମା’ଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଦାନ ଦାବିରେ ଏକ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଫଳରେ ତାଙ୍କୁ ଉଦ୍ଧାର ପାଇଁ ଢେଙ୍କାନାଳ ପ୍ରଶାସନ ଓ ପୁକିସକୁ ଦିନ ତମାମ ନାକେଦମ ହେବାକୁ ପଡିଥିଲା। ତେବେ ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥାରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।ମାତ୍ର ପ୍ରଶାସନ କେବଳ ପ୍ରତିଶୃତି ଦେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଉଠାଇଛନ୍ତି ରୁଦ୍ର। ଏପରିକି ମା’ଙ୍କର ଚିକିତ୍ସା ସହାୟତା ପାଇଁ ବାଧ୍ୟ ହୋଇ ଦଣ୍ଡବତ ଯାତ୍ରା ପରି ଅଭିନବ ଢଙ୍ଗକୁ ଆପଣେଇଥିବା ପ୍ରକାଶ କରିଛନ୍ତି।
