
ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ ଥରେ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ।

ମଡେଲ ଡିଗ୍ରୀ କଲେଜରେ ହର୍ ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ସରକାରଙ୍କ “ହର ଘର ତ୍ରୀରଙ୍ଗା” କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଏକ ବିଶାଳ ରାଲି ଆୟୋଜନ ହୋଇଥିଲା।ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ଶ୍ଳୋଗାନ ଦେଇ ସ୍ଥାନୀୟ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ। ବିଭିନ୍ନ ଗଳିକନ୍ଦି ରାସ୍ତାରେ ଶୋଭାଯାତ୍ରା ଯିବା ସମୟରେ ଅଧିବାସୀମାନେ ଜାତୀୟପତାକାରେ ସୁସଜ୍ଜିତ ଶୋଭାଯାତ୍ରାକୁ ଦେଖି ଆନନ୍ଦିତ ହେବା ପରିଲକ୍ଷିତ ହୋଇଥିଲା।

ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କ ହୃଦୟରେ ଜାତୀୟତାବୋଧ ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଡାକରା ସଫଳ ହୋଇଥିବା ଅନୁମାନ କରାଯାଏ। ଏତଦ୍ ବ୍ୟତିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
