ଖରିଫ ଋତୁ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ସମୟ ସୀମା ଚଳିତ ମାସ ୨୦ ତାରିଖ ଥିବାବେଳେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।୨୦୨୫-୨୬ ଖରିଫ ପଞ୍ଚିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଚାଷୀଙ୍କୁ ଆଉ ଦେବାକୁ ପଡିବନି ବଂଶାବଳୀ ପ୍ରମାଣ ପତ୍ର । ବଂଶାବଳୀ ପ୍ରମାଣ ପତ୍ର ବଦଳରେ ଏଥର ଚାଷୀଙ୍କୁ ସେଲ୍ଫ ଡିକଲାରେସନ ଦେବାକୁ ପଡିବ । ସେଲ୍ଫ ଡିକଲାରେସନ ଫର୍ମ ସବୁ ଜିଲ୍ଲାକୁ ପଠେଇ ଦିଆଯାଇଛି । ଚାଷୀଙ୍କୁ ଆଉ RI ପାଖକୁ ଯିବାକୁ ପଡ଼ିବନି । ଚାଷୀ ସେଲ୍ଫ ଡିକଲାରେସନ ଫର୍ମରେ ଦସ୍ତଖତ କରି ରେଜିଷ୍ଟେସନ କରିବେ ।ଏହାସହ digitalization ପାଇଁ ଆଉ ୫ ଦିନ ଅର୍ଥାତ୍ ୩୦ ତାରିଖ ଯାଏଁ ସମୟ ଦେଇଛନ୍ତି ସରକାର ।ଚଳିତ ଖରିଫରେ ଏଯାବତ୍ ୧୩.୩୪ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
