ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।ଏଥିସହ ଏହି ରୁଟ୍ରେ ଇଣ୍ଡିଗୋ ବିମାନ ସପ୍ତାହକୁ ତିନି ଥର ଚଳାଚଳ କରୁଥିଲା । ‘ଏରୋରୁଟ୍ସ’ର ସଂଶୋଧିତ ବିମାନ ନିର୍ଘଣ୍ଟରେ ଇଣ୍ଡିଗୋର ଭୁବନେଶ୍ବର-ଦୁବାଇ ରୁଟ୍ର ନାମ ନଥିବାରୁ କମ୍ପାନି ଏହି ସେବା ବନ୍ଦ କରୁଥିବା ଆଶଙ୍କା କରାଯାଉଛି । ତେବେ ଦୁବାଇ ଯିବାକୁ ଚାହୁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। ଅନ୍ୟଥା ସେମାନେ ଭୁବନେଶ୍ବରରୁ ଦେଶର ଅନ୍ୟ ସହରକୁ ଯାଇ ସେଠାରୁ ଦୁବାଇକୁ ଥିବା ସିଧାସଳଖ ବିମାନ ସେବା ହାସଲ କରିପାରିବେ ।
