ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା Z ବର୍ଗର ସୁରକ୍ଷା

ଆକ୍ରମଣ ପରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ରେଖା ଗୁପ୍ତାଙ୍କୁ Z କ୍ୟାଟଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର ।CRPF ଗତକାଲି ରାତିରୁ Z ବର୍ଗର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ ସୁରକ୍ଷାପ୍ରାପ୍ତ ନଥିଲେ। ଆକ୍ରମଣ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ଥିଲା। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଅଧୀନରେ ରେଖା ଗୁପ୍ତାଙ୍କୁ CRPF Z ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ୪୧ ବର୍ଷୀୟ ଗୁଜରାଟ ରାଜକୋଟର ବାସିନ୍ଦା ରାଜେଶ ଖିମଜୀ ।ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା ।ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଅଧିକ ପଢନ୍ତୁ